ପ୍ରମୂଖ ଖବର
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ସଅଳ ଓଡ଼ିଶା ଅଗ୍ରସର ପାଇଁ ଫିଟୁଛି ବାଟ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଅଧପନ୍ତରିଆରେ ବୃଦ୍ଧାଶ୍ରମ ନିର୍ମାଣ କାର୍ଯ୍ୟ, ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କଲେ ମନ୍ତ୍ରୀ…

Published By : Prameya | May 23, 2025 6:21 PM

ନବରଙ୍ଗପୁର୨୩/୫: ନବରଙ୍ଗପୁର ବ୍ଳକ ଚଟ୍ଟହାଣ୍ଡି ଠାରେ ବୃଦ୍ଧାଶ୍ରମ ନିର୍ମାଣର ଅବଧି ବର୍ଷେ ବିତିଗଲାଣି । କିନ୍ତୁ ଏବେ ଏହା ଅଧପନ୍ତରିଆରେ ଅବସ୍ଥାରେ ପଡି ରହିଛି। ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କୁ ନିର୍ମାଣ ସଂପୂର୍ଣ୍ଣ କରିବାକୁ ତାଗିଦ୍ କରିଛନ୍ତି। ସେଭଳି ସଂପୃକ୍ତ ସଚିବଙ୍କୁ ଫୋନ୍‌ରେ ଆଲୋଚନା କରି ବୃଦ୍ଧାଶ୍ରମ ନିର୍ମାଣ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ପାନୀୟଜଳ,ବିଦ୍ୟୁତକରଣ, ଅଗ୍ନି ନିରାପତ୍ତା ଓ କର୍ମଚାରୀ କ୍ୱାର୍ଟର ନିର୍ମାଣ କାର୍ଯ୍ୟ ସାରି ୨ ମାସ ମଧ୍ୟରେ ବୃଦ୍ଧାଶ୍ରମ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ଏହି ଗସ୍ତରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ଜିଲ୍ଲାମଙ୍ଗଳ ଅଧିକାରୀ ରବୀନ୍ଦ୍ର ପଲ୍‌କା, ବିଭାଗୀୟ ଯନ୍ତ୍ରୀ, ମାନସ ରଞ୍ଜନ ଦାସ, ଦେବଦାସ ମହାଙ୍କୁଡ,ପିଣ୍ଟୁ ମିଶ୍ର,ଠିକାଦାର ଜଗନ୍ନାଥ ମହାପାତ୍ର, ମିଳୁପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ ଯେ, ଚଟ୍ଟାହାଣ୍ଡି ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରାୟ ୨୫ ଏକର ଜମିରେ ୨୯ କୋଟି ବ୍ୟୟରେ ୪୦୦ ଅନ୍ତେବାସୀଙ୍କୁ ମାଗଣାରେ ରହିବା, ଖାଇବା, ମାଗଣା ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ବିରାଟ ଭିତ୍ତିଭୂମୀରେ ଏକ ବୃଦ୍ଧାଶ୍ରମ ନିର୍ମାଣ ଚାଲିଛି । କୋଠାର ନିର୍ମାଣ କାମ ଶେଷ ହୋଇଥିବା ବେଳେ ଆନୁଷଙ୍ଗିକ ବ୍ୟବସ୍ଥା ପାନୀୟ ଜଳ, ବିଦ୍ୟୁତକରଣ, ଅଗ୍ନି ନିରାପତ୍ତା ଓ କର୍ମଚାରୀ କ୍ୱାଟର୍ସ ନିର୍ମାଣ ହୋଇପାରିନାହିଁ । ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୪ରେ କାର୍ଯ୍ୟ ଶେଷ ହେବାର ଥିଲା। କିନ୍ତୁ ବିଭାଗର ଅପାରଗତା ଯୋଗୁ ନିର୍ମାଣର ଅବଧି ମଧ୍ୟରେ ସଂପୂର୍ଣ୍ଣ ହୋଇନଥିବାରୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଯୁଦ୍ଧକାଳନୀ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରି ବୃଦ୍ଧାଶ୍ରମ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.